Odia Test – 04 CHANDAN Publish on: April 16, 2024 OSSSC Odia Test - 04 1 / 15 1. ବିରୂପାକ୍ଷ – ଏହି ସମସ୍ତପଦଟି କେଉଁ ସମାସର ଅନ୍ତର୍ଗତ? 1. ଉପମିତ କର୍ମଧାରୟ 2. ବହୁବ୍ରୀହି 3. ଅବ୍ୟୟୀଭାବ 4. ଦ୍ୱିଗୁ 2 / 15 2. ‘ଦିକ୍ + ଅନ୍ତ’ ମିଶି କେଉଁ ଶବ୍ଦ ହେବ ? 1. ଦିକନ୍ତ 2. ଦିଗନ୍ତ 3. ଅନନ୍ତ 4. ଦ୍ୱେତ 3 / 15 3. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଶୁଦ୍ଧ ଶବ୍ଦ ? 1. ଦୁର୍ବୃତ୍ତ 2. ନିମିଳିତ 3. ଦୁରୀଭୂତ 4. ଅକ୍ଷୁର୍ଣ୍ଣ 4 / 15 4. “ଖେଦବୀଜ ନିଜହୃଦ କେଦାରେ ବିଞ୍ଚିଲୁରେ।” ଏହି ପଦଟି କେଉଁ ଅଳଙ୍କାରରେ ଲିଖିତ ? 1. ଉପମା ଅଳଙ୍କାର 2. ଉତପ୍ରେକ୍ଷା ଅଳଙ୍କାର 3. ରୂପକ ଅଳଙ୍କାର 4. ଭାନ୍ତମାନ ଅଳଙ୍କାର 5 / 15 5. ତୁଣ୍ଡ ବାଇଦ ସହସ୍ର କୋଶ - ଏହି ଲୋକବାଣୀଟିର ଅର୍ଥ ଲେଖ | 1. ହଜାର ହଜାର କୋଶକୁ କଥା ଚାଲିଯିବା 2. ବହୁଦୂରକୁ ବାଦ୍ୟଶବ୍ଦ ଶୁଣାଯିବା 3. ସବୁ ଆଡ଼କୁ ଶବ୍ଦ ଶୁଭିବା 4. ଲୋକ ମୁଖରେ କଥା ବହୁଦୂର ପ୍ରସରି 6 / 15 6. ଶୁଦ୍ଧ ଶବ୍ଦଟି ଚିହ୍ନଟ କର। 1. ଷାଣ୍ମାସିକ 2. ସାଣ୍ମାସିକ 3. ଶାଣ୍ମାସିକ 4. ଶାଣ୍ମାଷିକ 7 / 15 7. ବିବେକ ବ୍ୟବସାୟରୁ ବହୁତ ରୋଜଗାର କରୁଛି, ବାକ୍ୟରେ ଥିବା ଅପଦାନ କାରକ ପଦଟି କିଏ ? 1. ସୁବ୍ରତ 2. ବ୍ୟବସାୟରୁ 3. ବହୁତ 4. ରୋଜଗାର 8 / 15 8. ଯଦି ପବନ ବିପରୀତ ଦିଗରେ ବହେ, ତେବେ ସାଇକେଲ ଚଳାଇବା କଷ୍ଟକର ହୋଇପଡ଼େ - ଏହାକୁ ସରଳ ବାକ୍ୟରେ ପରିଣତ କର। 1. ଯେତେବେଳେ ପବନ ବିପରୀତ ଦିଗରେ ବହେ, ସେତେବେଳେ ସାଇକେଲ ଚଳାଇବା କଷ୍ଟକର ହୋଇପଡ଼େ। 2. ବିପରୀତ ଦିଗରେ ପବନ ବହିବା ସାଇକେଲ ଚାଳନ ପାଇଁ ସୁବିଧାଜନକ ନୁହଁ। 3. ପବନର ପ୍ରତିକୂଳରେ ସାଇକେଲ ଚଳାଇବା କଷ୍ଟକର ହୋଇପଡ଼େ। 4. କେଉଁଟି ନୁହଁ 9 / 15 9. 'ଯାହାକୁ ଦୁଃଖରେ ଲାଭ କରାଯାଏ' ଏକ ପଦରେ କ'ଣ ହେବ ? 1. ଦୁର୍ଲ୍ଲଭ 2. ଦୁଃଖଲବ୍ଧ 3. ଦୁର୍ବୋଧ୍ୟ 4. ଦୁଃଖି 10 / 15 10. ଦୁଇ ବା ତତୋଧିକ ପରସ୍ପର ସାପେକ୍ଷ ଖଣ୍ଡବାକ୍ୟର ସମନ୍ଵୟରେ କି ବାକ୍ୟ ଗଠିତ ହୁଏ ? 1. ମିଶ୍ର ବାକ୍ୟ 2. ଜଟିଳ ବାକ୍ୟ 3. ସରଳ ବାକ୍ୟ 4. ଯୌଗିକ ବାକ୍ୟ 11 / 15 11. 'ଜିଘାଂସା' ଶବ୍ଦଟି କେଉଁ କୃତ୍ ପ୍ରତ୍ୟୟ ଦ୍ୱାରା ଗଠିତ? 1. ଆ 2. ସନ୍ 3. ନ 4. ଯ 12 / 15 12. 'ଆଶିର୍ବାଦ' ର ବିପରୀତ ଶବ୍ଦଟି କ'ଣ ? 1. ଆଶିଷ 2. ଅଶାପ 3. ଅଭିଶାପ 4. ଅପବାଦ 13 / 15 13. 'ପିଲାଟି ମ୍ୟାଲେରିଆରେ କଷ୍ଟ ପାଉଛି'- ଏଠାରେ ହେତୁ ବା କାରଣ ଅର୍ଥରେ କେଉଁ ବିଭକ୍ତି ହୋଇଛି? 1. ଷଷ୍ଠୀ 2. ସପ୍ତମୀ 3. ତୃତୀୟା 4. ପ୍ରଥମା 14 / 15 14. 'ସ୍ତୁତି ଚିନ୍ତାମଣି' କେଉଁ କବିଙ୍କ ଦ୍ୱାରା ରଚିତ ? 1. ଉପେନ୍ଦ୍ର ଭଞ୍ଜ 2. ଜଗନ୍ନାଥ ଦାସ 3. ଭୀମଭୋଇ 4. ସାରଳା ଦାସ 15 / 15 15. କେଉଁଟି ଚନ୍ଦ୍ରର ପ୍ରତିଶବ୍ଦ ନୁହେଁ ? 1. ହିମାଂଶୁ 2. ସୁଧାଂଶୁ 3. ଓଷଧୀଶ 4. ମାର୍ତ୍ତଣ୍ଡ Your score isThe average score is 56% 0% Restart Test x