1. ଭାଷାର ସର୍ବନିମ୍ନ ଏକକ କଣ ?
2. ଧ୍ୱନିର ଲିଖିତ ରୂପକୁ କଣ କୁହାଯାଏ ?
3. ଧ୍ୱନିର ପ୍ରତିନିଧିତ୍ବ କରୁଥିବା ଲିପିକୁ କଣ କୁହାଯାଏ ?
4. ଯେଉଁ ସ୍ୱରଧ୍ୱନି ଉଚ୍ଚାରଣ ବେଳେ ଜିହ୍ବା ଓ ଓଠରେ ପରିବର୍ତ୍ତନ ହୋଇଥାଏ | ତାକୁ କେଉଁ ସ୍ୱର କୁହାଯାଏ ?
5. ଯେଉଁ ଧ୍ୱନି ସ୍ୱରଧ୍ୱନି ବିନା ସାହାଯ୍ୟରେ ଉଚ୍ଚାରିତ ହୋଇପାରେ ନାହିଁ, ତାକୁ କେଉଁ ଧ୍ୱନି କୁହାଯାଏ ?
6. ବ୍ୟଞ୍ଜନ ବର୍ଣ୍ଣକୁ ସ୍ପର୍ଶ ଅନୁଯାୟୀ କେତୋଟି ବର୍ଗରେ ବିଭକ୍ତ କରାଯାଇଛି ?
7. ଏକ ବା ଏକାଧିକ ଅକ୍ଷର ମିଶି କୌଣସି ଅର୍ଥ ପ୍ରକାଶ କରୁଥିଲେ ତାକୁ କଣ କହନ୍ତି ?
8. ବାକ୍ୟର ପ୍ରତ୍ୟେକ ଅଂଶକୁ କଣ କହନ୍ତି ?
9. ବାକ୍ୟର ସର୍ବନିମ୍ନ ଏକକକୁ କଣ କହନ୍ତି ?
10. ‘ଟ’ ବର୍ଣ୍ଣ କୁ କେଉଁ ବର୍ଗ କୁହାଯାଏ ?
11. ‘ବ’ ବର୍ଣ୍ଣ କେଉଁ ବର୍ଗର ଅନ୍ତର୍ଭୁକ୍ତ ?
12. ସ୍ବର ବର୍ଣ୍ଣର ସାଂକେତିକ ରୂପକୁ କଣ କୁହାଯାଏ ?
13. ‘ଚ’ ବର୍ଗର ବର୍ଣ୍ଣ ଗୁଡ଼ିକ କଣ ?
14. ବ୍ୟଞ୍ଜନ ବର୍ଣ୍ଣର ସାଂକେତିକ ରୂପକୁ କଣ କୁହାଯାଏ ?
15. ଓଡ଼ିଆ ଭାଷାରେ ଶବ୍ଦକୁ କେତେ ଭାଗରେ ବିଭକ୍ତ କରାଯାଇଛି ?