ବିପରୀତାର୍ଥବୋଧକ ଶବ୍ଦ
ପ୍ରତ୍ୟେକ ଭାଷାରେ କେତେକ ନିର୍ଦ୍ଦିଷ୍ଟ ବିପରୀତାର୍ଥବୋଧକ ଶବ୍ଦର ପ୍ରୟୋଗ ଦେଖାଯାଏ। ଆମ ଭାଷାରେ ମଧ୍ୟ ସେହିପରି ଅନେକ ଶବ୍ଦ ରହିଅଛି। କେତେକ ସ୍ଥଳରେ ଆପେକ୍ଷିକ ଶବ୍ଦଗୁଡ଼ିକୁ ମଧ୍ୟ ବିପରୀତାର୍ଥବୋଧକ ଶବ୍ଦରୂପେ ଗ୍ରହଣ କରାଯାଏ। ଯଥା- ‘ସରଳ’ର ବିପରୀତାର୍ଥବୋଧକ ଶବ୍ଦ ‘ଜଟିଳ’, ମାତ୍ର ‘କୁଟିଳ’ ମଧ୍ୟ ହୋଇପାରେ। ସେହିପରି ‘ଆନନ୍ଦ’ର ବିପରୀତାର୍ଥବୋଧକ ଶବ୍ଦ ‘ନିରାନନ୍ଦ’ କିନ୍ତୁ ‘ବିଷାଦ’ ମଧ୍ୟ ହୋଇପାରେ।
ବିପରୀତାର୍ଥବୋଧକ ଶବ୍ଦ
ଅସଲ – ନକଲ, ଅସଲି – ନକଲି,
ଅଗ – ମୂଳ, ଅର୍ଥ – ଅନର୍ଥ
ଅଗ୍ରଜ – ଅନୁଜ, ଅଜ୍ଞ – ବିଜ୍ଞ,
ଅଧମ – ଉତ୍ତମ, ଅଧଃ – ଉର୍ଦ୍ଧ୍ୱ,
ଅଧିକ – ଉଣା, ଅଳ୍ପ ଅମର – ମର
ଅଭିଶାପ – ଆଶୀର୍ବାଦ ଅଭ୍ୟାଗତ – ବହିର୍ଗତ
ଅନାବୃଷ୍ଟି – ଅତିବୃଷ୍ଟି ଅନୁକୂଳ – ପ୍ରତିକୂଳ
ଅନୁଗ୍ରହ – ନିଗ୍ରହ ଅନୁରାଗ – ବିରାଗ
ଅନୁରକ୍ତି – ବିରକ୍ତି ଅନୁରକ୍ତ – ବିରକ୍ତ
ଅନୁଲୋମ – ପ୍ରତିଲୋମ/ଵିଲୋମ ଅନ୍ତଃ – ବହିଃ
ଅନ୍ତର – ବାହାର ଅନ୍ତରଙ୍ଗ – ବହିରଙ୍ଗ
ଅନ୍ତର୍ଗତ – ବହିର୍ଗତ ଅଘଟଣ – ଘଟଣ
ଅନ୍ଧାର – ଆଲୁଅ ଅପକାର – ଉପକାର
ଅପେକ୍ଷା – ଉପେକ୍ଷା ଅଭ୍ୟସ୍ତ – ଅନଭ୍ୟସ୍ତ
ଅଭିଜାତ – ଉପଜାତ ଅଭିଜ୍ଞ – ଅନଭିଜ୍ଞ
ଅଭ୍ୟାସ – ଅନଭ୍ୟାସ ଅମିର – ଫକୀର
ଅମୃତ – ବିଷ/ ଗରଳ ଅସାର – ସାର
ଅଜାତ – ଜାତ ଅସ୍ଥିର – ସ୍ଥିର
ଅଶନ – ଅନଶନ ଅସୀମ – ସସୀମ
ଅସ୍ତ୍ର – ଶସ୍ତ୍ର ଅବସର – ଅନବସର
ଅପଚୟ – ଉପଚୟ ଅପାୟ – ଉପାୟ
ଅନ୍ୟମନା – ଅନନ୍ୟମନା ଅଳ୍ପ – ଅଧିକ/ଅନଳ୍ପ
ଅଧ୍ୟୟନ – ଅନଅଧ୍ୟୟନ ଅସ୍ତଗାମୀ – ଉଦୀୟମାନ
ଅଭ୍ୟନ୍ତର – ବାହ୍ୟ ଅଗ୍ରଗାମୀ – ଅନୁଗାମୀ
ଅଭିନ୍ନ – ଭିନ୍ନ ଅନୁଚିତ – ଉଚିତ
ଅଲଣା – ଲୁଣିଆ ଅନାବିଳ – ଆବିଳ
ଅକୃତଜ୍ଞ – କୃତଜ୍ଞ ଅକାର୍ଯ୍ୟ – କାର୍ଯ୍ୟ
ଆକାଶ – ପାତାଳ, ଆକର୍ଷଣ – ବିକର୍ଷଣ,
ଆକ୍ରମଣ- ପ୍ରତ୍ୟାକ୍ରମଣ ଆଚାର – ଅନାଚାର
ଆଗତ – ଅନାଗତ, ଆଗମନ – ପଳାୟନ/ପ୍ରସ୍ଥାନ,
ଆଦର – ଅନାଦର, ଆଦାନ – ପ୍ରଦାନ,
ଆଦି – ଅନ୍ତ/ଅନାଦି ଆର୍ଦ୍ର – ଶୁଷ୍କ
ଆଦ୍ୟ – ପ୍ରାନ୍ତ, ଆମିଷ – ନିରାମିଷ,
ଆଧୁନିକ – ପ୍ରାଚୀନ, ଆନନ୍ଦ – ନିରାନନ୍ଦ,
ଆପଦ – ସମ୍ପଦ ଆବିଳ – ଅନାବିଳ
ଆବାହନ – ବିସର୍ଜନ, ଆବିର୍ଭାବ – ତିରୋଭାବ
ଆୟ – ବ୍ୟୟ, ଆୟତ୍ତ – ଅଣାୟତ୍ତ,
ଆରମ୍ଭ – ଶେଷ ଆଶା – ନିରାଶା
ଆରୋହଣ – ଅବରୋହଣ, ଆରୋହୀ – ଅବରୋହୀ,
ଆଶୀର୍ବାଦ – ଅଭିଶାପ, ଆର୍ଯ୍ୟ – ଅନାର୍ଯ୍ୟ,
ଆଲୋକ – ଅନ୍ଧାର ଆସକ୍ତ – ଅନାସକ୍ତ/ବିରକ୍ତ
ଆସ୍ତିକ – ନାସ୍ତିକ, ଆସ୍ଥା – ଅନାସ୍ଥା,
ଆଗ – ପଛ, ଆହାର – ଅନାହାର,
ଆଗ – ପଛ ଇହକାଳ – ପରକାଳ
ଇଷ୍ଟ – ଅନିଷ୍ଟ,, ଇହ – ପର,
ଇହଲୋକ – ପରଲୋକ, ଇତି – ଆରମ୍ଭ,
ଇତର – ଆତ୍ମୀୟ ଈର୍ଷାଳୁ – ଶ୍ରଦ୍ଧାଳୁ,
ଈର୍ଷା – ଶ୍ରଦ୍ଧା, ଉଚ୍ଚ – ନୀଚ/ ଅନୁଚ୍ଚ
ଉତ୍କର୍ଷ – ଅପକର୍ଷ, ଉକ୍ତ – ଅନୁକ୍ତ,
ଉଗ୍ର – ସୌମ୍ୟ/ ଶାନ୍ତ ଉତ୍ସାହ – ନିରୁତ୍ସାହ
ଉତ୍ତମର୍ଣ୍ଣ – ଅଧମର୍ଣ୍ଣ, ଉତ୍ତର – ପ୍ରତ୍ୟୁତ୍ତର,
ଉତ୍ପନ୍ନ – ଅନୁତ୍ପନ୍ନ, ଉଦୟ – ଅସ୍ତ,
ଉଦାର – ଅନୁଦାର ଉନ୍ନତ – ଅବନତ
ଉଦ୍ଧତ – ବିନୟୀ/ନମ୍ର, ଉନ୍ନତି – ଅବନତି,
ଉଚିତ – ଅନୁଚିତ, ଉପକାର – ଅପକାର,
ଉପସ୍ଥାନ – ପ୍ରସ୍ଥାନ ଉପଚୟ – ଅପଚୟ
ଉପାୟ – ଅପାୟ, ଉର୍ବର – ଅନୁର୍ବର,
ଉଠାଣି – ଗଡ଼ାଣି, ଉଷୁମ – ଶୀତଳ,
ଉପର – ତଳ ଋଣୀ – ଅନୃଣ
ଋତ – ଅନୃତ , ଋଜୁ – ବକ୍ର,
ଏକ – ଅନେକ, ଏପଟ – ସେପଟ,
ଏପାରି – ସେପାରି ଏକମତ – ଭିନ୍ନମତ
ଏକୂଳ – ସେକୂଳ, ଏହା – ତାହା,
ଏକମନା – ଭିନ୍ନମନା, ଏୌହିକ – ପାରତ୍ରିକ,
ଐକ୍ୟ – ଅନୈକ୍ୟ ଓସାରିଆ – ଅଣଓସାରିଆ
ଓତ – ପ୍ରୋତ, ଓଦା – ଶୁଖିଲା,
ଓଲୁ – ସିଆଣା, ଓଲଟା – ସିଧା,
ଓହ୍ଲାଇବା – ଚଢ଼ିବା କର୍କଶ – କୋମଳ
କର୍ମ – ଅକର୍ମ, କଷ୍ଟ – ସହଜ,
କପଟ – ଅକପଟ, କାର୍ଯ୍ୟ – ଅକାର୍ଯ୍ୟ,
କୀର୍ତ୍ତି – ଅକୀର୍ତ୍ତି/ଅପକୀର୍ତ୍ତି କୃତ୍ରିମ – ପ୍ରାକୃତିକ
କୁତ୍ସିତ – ସୁନ୍ଦର, କୁଟିଳ – ସରଳ,
କୃପଣ – ବଦାନ୍ୟ, କୃଷ୍ଣ – ଧବଳ,
କୋମଳ – କଠିନ/କର୍କଶ କଳା – ଧଳା
କାରଣ – ଅକାରଣ, କଞ୍ଚା – ଶୁଖିଲା,
କତି – ଦୂର, କନିଷ୍ଠ – ଜ୍ୟେଷ୍ଠ,
କୁକର୍ମ – ସୁକର୍ମ କପଟୀ – ନିଷ୍କପଟ
କର୍ତ୍ତବ୍ୟ – ଅକର୍ତ୍ତବ୍ୟ, କାଳ୍ପନିକ – ବାସ୍ତବ,
କ୍ରୟ – ବିକ୍ରୟ, କ୍ରନ୍ଦନ – ହାସ୍ୟ,
କଳଙ୍କିତ – ନିଷ୍କଳଙ୍କ ଖାଲ – ଢିପ
ଖଟା – ମିଠା, ଖାତକ – ମହାଜନ,
ଖରା – ଶୀତ, ଖେଚର – ଭୂଚର,
ଖୋଲା – ମୁଦା ଖରାପ – ଭଲ
ଗଲା – ଅଇଲା, ଗଭୀର – ଅଗଭୀର
ଗତ – ଆଗତ, ଗମନ – ଆଗମନ,
ଗରିମା – ଲଘିମା ଛୋଟ – ବଡ଼
ଛାର – ଗୁରୁତର, ଜଣା – ଅଜଣା
ଜମା – ଖରଚ, ଜୁଆର – ଭଟ୍ଟା,
ଜଳଜ – ସ୍ଥଳଜ ଜୀବିତ – ମୃତ
ଜାଗ୍ରତ – ନିଦ୍ରିତ/ସୁପ୍ତ, ଜାତୀୟ – ବିଜାତୀୟ,
ଜଙ୍ଗମ – ସ୍ଥାବର, ଜୟ – ପରାଜୟ,
ଜାତ – ମୃତ ଜନ୍ମ – ମୃତ୍ୟୁ/ମରଣ
ଜ୍ବଳନ – ନିର୍ବାପନ, ଜଡ଼ – ଚେତନ,
ଜଳ – ସ୍ଥଳ, ଜଟିଳ – ସରଳ,
ଜନକ – ଜନନୀ ଜାଗରଣ – ଶୟନ
ଜ୍ଞାତ – ଅଜ୍ଞାତ, ଜ୍ଞେୟ – ଅଜ୍ଞେୟ
ଟେକିବା – ପକାଇବା, ଟୋକା – ବୁଢ଼ା,
ଟାଣ – ନରମ ଠିଆ – ବସା
ଠକ – ସାଧୁ, ଠିକ୍ – ଭୁଲ୍,
ଡେଙ୍ଗା – ଗେଡା/ବାଙ୍ଗରା, ଡରୁଆ – ସାହସୀ,
ଢିଲା – ଜାକ ତିକ୍ତ – ମଧୁର
ତରଳ – ଘନ, ତାପ – ଶୈତ୍ୟ,
ତିତ୍ୟକ୍ଷା – ଲିପସା, ତିମିର – ଆଲୋକ,
ତୋଷ – ରୋଷ ତାରଣ – ମାରଣ
ତୁଷ୍ଟ – ରୁଷ୍ଟ, ତରୁଣ – ପ୍ରୌଢ,
ଥୟ – ଅଥୟ, ଦାନୀ – କୃପଣ,
ଦୟାଳୁ – ନିଷ୍ଠୁର/ନିର୍ଦ୍ଦୟ ଦାନ – ଗ୍ରହଣ
ଦୁର୍ଜନ – ସୁଜନ, ଦାତା – ଗ୍ରହୀତା,
ଦିବସ – ରଜନୀ, ଦୁଷ୍ଟ -ଶିଷ୍ଟ,
ଦୁଃଖୀ – ସୁଖୀ ଦେବ/ଦେବତା – ଦାନବ/ଅସୁର
ଦୈର୍ଘ୍ୟ – ପ୍ରସ୍ଥ, ଦୋଷୀ – ନିର୍ଦ୍ଦୋଷ,
ଦ୍ବୈତ – ଅଦ୍ବୈତ, ଦୂର – ନିକଟ,
ଦେୟ – ଅଦେୟ ଦୁର୍ବଳ – ସବଳ/ପ୍ରବଳ
ଦୀର୍ଘାୟୁ – ଅଳ୍ପାୟୁ, ଦିନ – ରାତି,
ଦେଣା – ପାଉଣା, ଦେଶ – ବିଦେଶ,
ଦକ୍ଷିଣ – ଉତ୍ତର ଧନୀ – ନିର୍ଦ୍ଧନ/ଗରିବ
ଧଳା – କଳା, ଧୋଇ – ମରୁଡ଼ି,
ଧର୍ମଦ୍ରୋହୀ – ଧର୍ମଭୀରୁ, ଧାର୍ମିକ – ପାପିଷ୍ଠ,
ଧୀର – ଚଞ୍ଚଳ/ଅଧୀର ଧୈର୍ଯ୍ୟ – ଅଧୈର୍ଯ୍ୟ
ଧ୍ରୁବ – ଅଧ୍ରୁବ ଧୂର୍ତ୍ତ – ସରଳ,
ନମସ୍କାର – ତିରସ୍କାର, ନିତ୍ୟ – ଅନିତ୍ୟ,
ନବୀନ – ପ୍ରାଚୀନ/ପ୍ରବୀଣ ନିରାଶ୍ରୟ – ସାଶ୍ରୟ
ନିନ୍ଦା – ପ୍ରଶଂସା, ନିରପେକ୍ଷ – ସାପେକ୍ଷ,
ନିଃଶ୍ବାଶ – ପ୍ରଶ୍ବାସ, ନେତା – ନୀତ,
ନୂତନ – ପ୍ରାକ୍ତନ/ପୁରାତନ ନିଷ୍ଠୁର – ଦୟାଳୁ/କୋମଳ
ନ୍ୟୂନ – ଅଧିକ, ନିର୍ଦ୍ଦୋଷ – ଦୋଷୀ,
ନିର୍ବାଚନ – ମନୋନୟନ, ପ୍ରବର୍ତ୍ତିତ – ନିବର୍ତ୍ତିତ,
ପ୍ରବେଶ – ପ୍ରସ୍ଥାନ ପ୍ରଭାତ – ସନ୍ଧ୍ୟା
ପ୍ରବୃତ୍ତ – ନିବୃତ୍ତ, ପ୍ରଭୁ – ଭୃତ୍ୟ,
ପ୍ରସନ୍ନ – ବିଷଣ୍ଣ, ପ୍ରଶ୍ନ – ଉତ୍ତର,
ପ୍ରଶସ୍ତ – ସଂକୀର୍ଣ୍ଣ/ଅପ୍ରଶସ୍ତ ପାରିବାର – ନିପାରୁଆ
ପ୍ରାଚୀନ – ଅର୍ବାଚୀନ, ପାଠୁଆ – ଅପାଠୁଆ,
ପିଲା – ବୁଢ଼ା, ପ୍ରଥମ – ଚରମ
ପସନ୍ଦ – ଅପସନ୍ଦ ପୂର୍ଣ୍ଣାଙ୍ଗ – ଅଙ୍ଗହୀନ/ଖଣ୍ଡିତ
ପବିତ୍ର – ଅପବିତ୍ର, ପ୍ରାସଙ୍ଗିକ – ଅପ୍ରାସଙ୍ଗିକ,
ପ୍ରାଚ୍ୟ – ପାଶ୍ଚାତ୍ୟ, ପ୍ରାଞ୍ଜଳ – ଜଟିଳ,
ପ୍ରଜ୍ବଳିତ – ନିର୍ବାପିତ ପ୍ରଧାନ – ଅପ୍ରଧାନ
ପ୍ରଶଂସିତ – ନିନ୍ଦିତ, ପ୍ରଶଂସା – ନିନ୍ଦା,
ପତଳା – ମୋଟା, ପାକଳ – କଞ୍ଚା,
ପକ୍ବ – ଅପକ୍ବ ପଡ଼ିଆ – ଉଠିଆ
ପଛୁଆ – ଆଗୁଆ, ପୁରୁଣା – ନୂଆ
ପ୍ରସାରଣ – ସଂକୋଚନ, ପଶ୍ଚାତ୍ – ସମ୍ନୁଖ,
ପରାଜୟ – ବିଜୟ ପାଣିଆ – ଅପାଣିଆ
ଫଳନ୍ତି – ଅଫଳନ୍ତି, ଫଳିତ – ନିଷ୍ଫଳ
ବକ୍ର – ଋଜୁ/ସରଳ, ବଦ୍ଧ – ମୁକ୍ତ, ବନ୍ଧନ – ମୋଚନ,
ବନ୍ଧୁର – ମସୃଣ, ବାମ – ଦକ୍ଷିଣ, ବାଲ୍ୟ -ବାର୍ଦ୍ଧକ୍ୟ
ବାହ୍ୟ – ଆନ୍ତରିକ, ବିଜୟ – ପରାଜୟ, ବିଚାର – ଅବିଚାର
ବିଧି – ନିଷେଧ, ବିଷ – ପୀୟୂଷ, ବିନୀତ – ଉଦ୍ଧତ/ଗର୍ବିତ
ବିରହ – ମିଳନ, ବିରାମ – ଅବିରାମ, ବୈଧ – ଅବୈଧ
ବ୍ୟକ୍ତ – ଅବ୍ୟକ୍ତ, ବ୍ୟର୍ଥ – ଅବ୍ୟର୍ଥ, ବ୍ୟୟ – ସଞ୍ଚୟ
ବ୍ୟଷ୍ଟି – ସମଷ୍ଟି, ବଢ଼ି – ମରୁଢ଼ି, ବଡ଼ – ସାନ/ଛୋଟ
ବଶୀଭୂତ – ଅବଶ, ବନ୍ଧ୍ୟା – ସନ୍ତାନବତୀ, ବିକ୍ଷିପ୍ତ – ସମବେତ
ବିନଶ୍ବର – ଅବିନଶ୍ବର, ବ୍ୟାହତ – ଅବ୍ୟାହତ, ବିଚଳିତ – ଅବିଚଳିତ/ସ୍ଥିର
ବାହାର – ଭିତର, ବନ୍ଦନ – ନିନ୍ଦନ, ବିବେକ – ଅବିବେକ
ବିପଦ – ସମ୍ପଦ, ବିଗତ – ଆଗତ, ବିକାଶ – ବିଲୟ
ବିଦେଶୀ – ଦେଶୀ, ବିକ୍ରୀତ – କ୍ରୀତ, ବୈତନିକ – ଅବୈତନିକ
ଭଲ – ମନ୍ଦ, ଭକ୍ଷ୍ୟ – ଅଭକ୍ଷ୍ୟ, ଭଙ୍ଗୁର – ଶାଶ୍ବତ
ଭ୍ରାନ୍ତ – ଅଭ୍ରାନ୍ତ, ଭୁକ୍ତ – ଅଭୁକ୍ତ, ଭୟ – ଅଭୟ/ନିର୍ଭୟ
ଭୟାଳୁ – ନିର୍ଭୀକ, ଭୀମ – କାନ୍ତ, ଭୀରୁ – ନିର୍ଭୀକ
ଭିନ୍ନ – ଅଭିନ୍ନ, ଭେଦ – ଅଭେଦ, ଭାଙ୍ଗିବା – ଗଢ଼ିବା
ଭୋଗ – ତ୍ୟାଗ, ଭେଦ୍ୟ – ଅଭେଦ୍ୟ, ଭକ୍ଷକ – ରକ୍ଷକ
ମାନ – ଅପମାନ, ମାରଣ – ତାରଣ, ମିଳନ – ବିଛେଦ
ମୁଖ୍ୟ – ଗୌଣ, ମୂକ – ବାଚାଳ, ମ୍ଳାନ – ଅମ୍ଳାନ
ମର – ଅମର, ମନ୍ଦ – ଭଲ, ମଠୁଆ – ଚଞ୍ଚଳିଆ
ମଲା – ଜୀଅନ୍ତା, ମସୃଣ – ବନ୍ଧୁର, ମହଙ୍ଗା – ଶସ୍ତା
ମିଛ – ସତ, ମିଥ୍ୟା – ସତ୍ୟ, ମୋଟ – ସରୁ
ମହାଜନ – ଖାତକ ମୁଦା – ଖୋଲା, ଯଶ – ଅପଯଶ/ଅଯଶ
ଯଜମାନ – ପୁରୋହିତ, ଯାଚିତ – ଅଯାଚିତ, ଯାଚକ – ଦାତା
ଯୋଗ – ବିୟୋଗ, ଯୁକ୍ତ – ବିଯୁକ୍ତ, ଯଥାର୍ଥ – ଅଯଥାର୍ଥ
ଯଜ୍ଞ – ଅଯଜ୍ଞ, ରକ୍ଷକ – ଭକ୍ଷକ, ରାଜା – ପ୍ରଜା
ରୋଗୀ – ନୀରୋଗ, ରୁଦ୍ଧ – ମୁକ୍ତ, ରୁଷ୍ଟ – ତୁଷ୍ଟ
ରୂପବତୀ – କୁତ୍ସିତା, ଲାଭ – କ୍ଷତି, ଲୋଭୀ – ନିର୍ଲୋଭ
ଲଘୁ – ଗୁରୁ, ଲମ୍ବ – ପ୍ରସ୍ଥ, ଲେଖା – ଅଲେଖା
ଲିପ୍ତ – ନିର୍ଲିପ୍ତ, ଲୁଣ୍ଠିତ – ରକ୍ଷିତ, ଲୌକିକ – ଅଲୌକିକ
ଲମ୍ବା – ଛୋଟ, ଲୁଣିଆ – ଅଲଣା, ଶିବ – ଅଶିବ
ଶାଶ୍ବତ – କ୍ଷଣିକ, ଶ୍ରୋତା – ବକ୍ତା, ଶ୍ରେୟ – ଅଶ୍ରେୟ
ଶିକ୍ଷା – ଅଶିକ୍ଷା, ଶୁଭ – ଅଶୁଭ, ଶ୍ରଦ୍ଧା – ଅଶ୍ରଦ୍ଧା
ଶତ୍ରୁ – ମିତ୍ର, ଶାନ୍ତି – ଅଶାନ୍ତି, ଶୁଷ୍କ – ଆର୍ଦ୍ର
ସମଷ୍ଟି -ବ୍ୟଷ୍ଟି, ସମ୍ଭୋଗ – ବୈରାଗ୍ୟ, ସଶସ୍ତ୍ର – ନିରସ୍ତ୍ର
ସମ୍ପୂର୍ଣ୍ଣ – ଅସମ୍ପୂର୍ଣ୍ଣ, ସମ୍ପଦ – ବିପଦ, ସଂସାରୀ – ବୈରାଗୀ
ସୁସଂସ୍କାର – କୁସଂସ୍କାର, ସୁକର୍ମ – ଦୁଷ୍କର୍ମ, ସୁଖ – ଦୁଃଖ
ସୁଗମ – ଦୁର୍ଗମ, ସୁନାମ – ଦୁର୍ନାମ, ସୁନ୍ଦର – କୁତ୍ସିତ
ସୁପ୍ତ – ଜାଗ୍ରତ, ସୁଲଭ – ଦୁର୍ଲଭ, ସୁଶୀଳ – ଦୁଃଶୀଳ
ସୁଶୀଳା – ଦୁଃଶୀଳା, ସ୍ତାବକ – ସ୍ତୁତ, ସ୍ତୁତି – ନିନ୍ଦା
ସ୍ଥାୟୀ – ଅସ୍ଥାୟୀ, ସ୍ଥୂଳ – ସୂକ୍ଷ୍ମ, ସାଙ୍ଗ – ନିରଙ୍ଗ/ଶତ୍ରୁ
ସ୍ୱକୀୟ – ପରକୀୟ, ସ୍ୱକୀୟା – ପକକୀୟା, ସ୍ୱର୍ଗ – ନରକ/ମର୍ତ୍ତ୍ୟ
ସ୍ୱତନ୍ତ୍ର – ପରତନ୍ତ୍ର, ସ୍ବାଧୀନ – ପରାଧୀନ, ସ୍ୱସ୍ତି – ଅସ୍ବସ୍ତି
ସୌଜନ୍ୟ – ଅସୌଜନ୍ୟ , ସୁଜନ – ଦୁର୍ଜନ, ସ୍ମରଣ – ବିସ୍ମରଣ
ସଜ – ବାସି, ସଞ୍ଜ – ସକାଳ, ସଦର – ମଫସଲ,
ସହର -ଗାଁ, ସଫା – ମଇଳା, ସମାସ – ବ୍ୟାସ
ସହଳ – ମଠ, ସାଦା – ରଙ୍ଗିନ୍, ସାଧା – ଆଇଁଷ
ସମ – ବିଷମ, ସମତା – ବିଷମତା, ସ୍ଥାବର – ଅସ୍ଥାବର/ଜଙ୍ଗମ
ସଗୁଣ – ନିର୍ଗୁଣ, ସକ୍ରିୟ – ନିଷ୍କ୍ରିୟ, ସଚଳ – ଅଚଳ
ସଜୀବ – ନିର୍ଜୀବ, ସଦୟ – ନିର୍ଦ୍ଦୟ, ସତ୍ୟ – ଅସତ୍ୟ/ମିଥ୍ୟା
ସଦାଚାର – କଦାଚାର, ସଧବା – ବିଧବା, ସବଳ – ଦୁର୍ବଳ
ସରସ – ନୀରସ, ସହଯୋଗ – ଅସହଯୋଗ, ସରଳ – ଜଟିଳ/କୁଟିଳ/ବକ୍ର
ସଂକୀର୍ଣ୍ଣ – ପ୍ରଶସ୍ତ, ସଂକ୍ଷେପ – ବାହୁଲ୍ୟ, ସନ୍ଧି – ବିଗ୍ରହ
ସାମ୍ୟ – ବୈଷମ୍ୟ, ସାକ୍ଷର – ନିରକ୍ଷର, ସାଦର – ହତାଦର
ସମ୍ମତି – ଅସମ୍ମତି, ସଙ୍ଗମ – ବିଛେଦ, ସଶଙ୍କ – ନିଃଶଙ୍କ
ସାର୍ବଜନୀନ – ବ୍ୟକ୍ତିଗତ, ସାକାର – ନିରାକାର, ସଫଳ – ନିଷ୍ଫଳ
ସପକ୍ଷ – ବିପକ୍ଷ, ସଲଜ୍ଜ – ନିର୍ଲଜ୍ଜ, ସ୍ୱଦେଶ – ବିଦେଶ
ସଭ୍ୟ – ଅସଭ୍ୟ, ସୁସଭ୍ୟ – ବର୍ବର, ସାଧାରଣ – ଅସାଧାରଣ
ସମୟ – ଅସମୟ, ସଂକୋଚନ – ପ୍ରସାରଣ, ସୁଦଶା – ଦୁର୍ଦ୍ଦଶା
ସିଦ୍ଧି – ଅସିଦ୍ଧି, ସଂପତ୍ତି – ବିପତ୍ତି, ସତ୍ୟ – ମିଥ୍ୟା
ସହଜ – କଷ୍ଟ, ହିତ – ଅହିତ, ହ୍ରାସ – ବୃଦ୍ଧି,
ହସ – କାନ୍ଦ ହାସ୍ୟ – କ୍ରନ୍ଦନ, ହ୍ରସ୍ୱ – ଦୀର୍ଘ,
ହିସାବୀ – ବେହିସାବ ହୋସ୍ -ବେହୋସ୍, ହର୍ଷ -ବିଷାଦ,
ହାନି – ଲାଭ ହାଲୁକା – ଭାରି, ହରଣ – ପୂରଣ/ଗୁଣନ,
କ୍ଷୁଦ୍ର – ବୃହତ କ୍ଷମ – ଅକ୍ଷମ, କ୍ଷାର – ଅମ୍ଳ,
କ୍ଷତି – ଲାଭ କ୍ଷଣିକ – ଚିରନ୍ତନ, କ୍ଷଣସ୍ଥାୟୀ – ଚିରସ୍ଥାୟୀ,
କ୍ଷତ – ଅକ୍ଷତ କ୍ଷମା – ଅକ୍ଷତ, କ୍ଷମା – ଅକ୍ଷମା,
କ୍ଷମଣୀୟ – ଅକ୍ଷମଣୀୟ କ୍ଷର – ଅକ୍ଷର