All Odisha Exam Free Mock Test

Join Telegram Group

Join Whatsapp Channel

100+ ଓଡ଼ିଆ ପ୍ରତିଶବ୍ଦ ତାଲିକା – Synonyms of Odia Words

ପ୍ରତିଶବ୍ଦ ବା ପର୍ୟ୍ୟାୟବାଚକ ଶବ୍ଦ କାହାକୁ କୁହାଯାଏ ?

ପ୍ରତ୍ୟେକ ଭାଷାରେ ଏକାଧିକ ଶବ୍ଦ ଗୋଟିଏ ଅର୍ଥକୁ ବୁଝାଇଥାଏ। ଏ ପ୍ରକାର ଶବ୍ଦମାନଙ୍କୁ ପ୍ରତିଶବ୍ଦ ବା ପର୍ଯ୍ୟାୟବାଚକ ଶବ୍ଦ କୁହାଯାଏ।

ପ୍ରତିଶବ୍ଦ

ଅଗ୍ନି  :-   ଅନଳ, ଅପିତ୍ତ, ଜ୍ବଳନ, ଚିତ୍ରଭାନୁ, ଧନଞ୍ଜୟ, ବିଭାବସୁ, ଧୂମକେତନ, ନିଆଁ, ପାବକ, ଭାସ୍କର, ଶିଖୀ, ଶୁଚି, ଶିଖାବାନ୍, ଶୁଷ୍କ, ସର୍ବଭକ୍ଷ, ସର୍ବଭୁକ୍, ବାୟୁସଖ, ଦହନ

ଅତିଥି  :-  ଆଗନ୍ତୁକ, ଅଭ୍ୟାଗତ, ଗୃହାଗତ

ଅମୃତ   :- ଅମିୟ, ପୀୟୂଷ, ସୁଧା

ଅରଣ୍ୟ :-  ବିପିନ, କାନନ, ଅଟବୀ, ଗହନ, ବନ

ଅସୁର :-  ଦନୁଜ, ଦାନବ, ଦୈତ୍ୟ, ଦିତିସୁତ, ରାକ୍ଷସ, ନିଶାଚର, ପୂର୍ବଦେବ, ରକ୍ଷ, ପୁଣ୍ୟଜନ, ଇନ୍ଦ୍ରାରି

ଅସ୍ତ୍ର  :-  ଆୟୁଧ, ପ୍ରହରଣ, ଶସ୍ତ୍ର

ଅଳଙ୍କାର  :-  ଆଭରଣ, ଆଭୂଷଣ, ଭୂଷଣ

ଆକାଶ  :-  ଗଗନ, ଅମ୍ବର, ନଭଃ, ବାୟୁପଥ, ଅଭ୍ର, ଶୂନ୍ୟ, ଅନନ୍ତ, ନାକ, ଅମ୍ବର, ଅନ୍ତରୀକ୍ଷ, ବିଷ୍ଣୁପଦ, ଦିବ୍, ଖ, ବ୍ୟୋମ |

ଆଖି  :-  ନେତ୍ର, ନୟନ, ଲୋଚନ, ଅକ୍ଷି, ଈକ୍ଷଣ, ଦୃଷ୍ଟି,  ଦୃଶ୍, ଚକ୍ଷୁ

ଆନନ୍ଦ  :-  ଆମୋଦ, ଆହ୍ଲାଦ, ପ୍ରୀତି, ହର୍ଷ, ମୋଦ, ସନ୍ତୋଷ, ବିନୋଦ, ପରିତୋଷ, ଉଲ୍ଲାସ, ପ୍ରହ୍ଲାଦ, ପ୍ରଫୁଲ୍ଲ

ଇଛା  :-  କାମନା, ଅଭିଳାଷ, ଲାଳସା, ବସନା, ଆଗ୍ରହ, ଏଷଣା, ମନୋରଥ, ବାଞ୍ଚା, ଅଭୀପ୍ସା

କଇଁ  :-  କୁମୁଦ, କୁମୁଦିନୀ, କୈରବ

କଇଁଛ  :-  କୂର୍ମ, କଚ୍ଛପ, କମଠ

କୁମ୍ଭୀର  :-  ନକ୍ର, ମକର, ଗ୍ରାହ

କନ୍ୟା  :-  ଦୁହିତା, ତନୟା, ସୁତା, ପୁ୍ତ୍ରୀ, ନନ୍ଦିନୀ, ଆତ୍ମଜା, ଅଙ୍ଗଜା

କାନ  :-  କର୍ଣ୍ଣ, ଶ୍ରୁତି, ଶ୍ରବଣ, ଶ୍ରୋତ୍ର

କୋଇଲି  :-  କୋକିଳ, ବନପ୍ରିୟ, ପରପୁଷ୍ଟ, ପିକ, ଅନ୍ୟପୁଷ୍ଟ, ବସନ୍ତଦୂତ, କାକପୁଷ୍ଟ , କଳକଣ୍ଠ

ଖଣ୍ଡା  :-  କରବାଳ, ତରବାର, ତରବାରି, ଅସି, ଧାରଙ୍ଗ, ଖଡ଼ଗ

ଗଙ୍ଗା  :-  ଭାଗୀରଥୀ, ଜାହ୍ନବୀ, ସୁରଧୁନୀ, ବିଷ୍ଣୁପଦୀ, ସୁରନଦୀ, ଦେବନଦୀ, ତ୍ରିପଥଗା

ଗଛ  :-  ତରୁ, ଦ୍ରୁମ, ପାଦପ, ଅଗମ, ଶାଖୀ, ବିଟପୀ, ମହୀରୁହ, ବୃକ୍ଷ

ଘର  :-  ଭବନ, ଆବାସ, ନିଳୟ, ଆଳୟ, ଆଗାର, ସଦନ, ନିକେତନ, ମନ୍ଦିର, ଗେହ, କୂଟ, ଶାଳା, ବାସ

ଚନ୍ଦ୍ର  :-  ଚନ୍ଦ୍ରମା, ଶଶାଙ୍କ, ଇନ୍ଦୁ, ବିଧୁ, ସୋମ, ଶଶୀ, ଶଶଧର, ସୁଧାକର, ଦ୍ବିଜରାଜ, ନିଶାକର, ସୁଧାଧାର, ପକ୍ଷଧର, ପକ୍ଷଚର, ସିତାଂଶୁ, ଉଡୁପ, ଉଡୂପ, କଳାକାର, ଦ୍ବିଜପତି, ହିମାଂଶୁ, ସୁଧାଂଶୁ, ବୁଧ, ନିଶାନାଥ, କଳାନିଧି, ନିଶାମଣି

ଜଳ  :-  ସଲିଳ, ବାରି, ଅମ୍ବୁ, ନୀର, ଜୀବନ, ପୟଃ, କମଳ, ତୋୟ, ଉଦ, ପାନୀୟ, ପାଣି, ଉଦକ

ଡଙ୍ଗା  :-  ନୌକା, ତରଣୀ, ତରୀ, ନାବ, ନୌ, ଉଡୁପ, ଉଡୂପ

ଦିଗ  :-  ଦିଶ, ଦିଶା, ଦିଶି,କକୁଭ, ଆଶା, ଦିକ୍

ଦିନ  :-  ଦିବା, ଦିବସ, ଘସ୍ର

ଦେବତା  :-  ଦେବ, ସୁର, ଅମର, ନିର୍ଜର, ତ୍ରିଦଶ, ବିବୁଧ, ଆଦିତ୍ୟ, ଦୈବତ, ଦାନବିର, ଦିବିଷଦ, ସ୍ବର୍ଗସଦ, ଅନିମେଷ

ଧନ  :-  ଧନୁକ, ଚାପ, ଧନ୍ବ, ଧନ୍ବା, ଶରାସନ, କୋଦଣ୍ଡ

ନଈ  :-  ନଦୀ, ସ୍ରୋତାବହା, ପ୍ରବାହିନୀ, ତରଙ୍ଗିଣୀ, ନିମ୍ନଗା, ଆପଗା, ସରିତ୍, ତଟିନୀ, କୂଳବତୀ

ନୌକା  :-  ନାବ, ନୌ, ତରଣୀ, ତରୀ, ବହିତ୍ର

ପକ୍ଷୀ  :-  ଖଗ, ଦ୍ବିଜ, ଦ୍ୟୁଚର, ଖେଚର, ବିହଗ, ବିହଙ୍ଗ, ବିହଙ୍ଗମ, ପତ୍ରୀ, ନଭଗ, ପତ୍ରରଥ, ପକ୍ଷଧର, ଶକୁନ

ପଣ୍ଡିତ  :-  କବି, ବୁଧ, ସୂରି, ମନୀଷୀ, ପ୍ରାଜ୍ଞ, ବିଦ୍ବାନ୍, ସୁଧୀ, ବିଶାରଦ, କୋବିଦ, ବିଦୁଷ, ଧୀର

ପତାକା  :-  ବାନା, କେତୁ, କେତନ, ନିଶାଣ, ଧ୍ବଜ, ଚିରାଳ, ବୈଜୟନ୍ତୀ, ନିଶାଣ

ପଥର  :-  ଶିଳା, ପ୍ରସ୍ତର, ପାଷାଣ, ଅଶ୍ମ, ଉପଳ, ଗ୍ରାବ

ପୁତ୍ର  :-  ସୁତ, ତନୟ, ଆତ୍ମଜ, ନନ୍ଦନ, ସନ୍ତାନ, ଅଙ୍ଗଜ

ପଦ୍ମ  :-  ନଳିନ, ପଦ୍ମିନୀ, ଅମ୍ବୁଜ, ନଳିନୀ, ପଙ୍କଜ, ପଙ୍କଜିନୀ, ପଙ୍କେରୁହ, ପଙ୍କରୁହ, କମଳ, କମଳିନୀ, ବନରୁହ, ବାରିରୁହ, ଜଳରୁହ, ତାମରସ, ସାରସ, ସରୋଜ, ବନଜ, ବାରିଜ, ରାଜୀବ, ପୁଷ୍କର, ଇନ୍ଦୀବର, କୁବଳୟ, ଅରବିନ୍ଦ(ରକ୍ତପଦ୍ମ), କୋକନଦ, ଶତପତ୍ର

ପବନ  :-  ବାୟୁ, ଅନିଳ, ଚଞ୍ଚଳ, ପବମାନ, ସମୀରଣ, ସମୀର, ମରୁତ, ବାତ, ଗନ୍ଧବାହ, ଗନ୍ଧବହ, ଜୀବନ, ହରି, ମାରୁତ, ବାତ, ଆଶୁଗ, ପ୍ରଭଞ୍ଜନ, ମାତରିଶ୍ବା

ପର୍ବତ  :-  ନଗ, ଅଦ୍ରି, ଅଚଳ, ଶିଖରୀ, ଶୈଳ, ଗିରି, ଗୋତ୍ର, ଧରାଧର, ମହୀଧର, ଭୂଧର, ଧର

ପାଣି  :-  ଜଳ, ଉଦକ, ସଲିଳ, ନୀର, ତୋୟ, ପୟଃ, ଅମ୍ବୁ, ଜୀବନ, ବାରି

ପାପ  :-  ଦୁରିତ, କଳୁଷ, କିଳ୍ପିଷ, ଅଘ

ପୁଣ୍ୟ  :-  ଧର୍ମ, ସୁକୃତ

ପୃଥିବୀ  :-  ଧରଣୀ, ଧରା, ଭୂ, ଭୂତଳ, ଅବନୀ, ବସୁଧା, ଧରିତ୍ରୀ, ରସା, ବସୁନ୍ଧରା, ମହୀ, କ୍ଷିତି, ମେଦିନୀ, ବସୁମତୀ, ଶାଶ୍ବତୀ, ସଚଳା, ଜଗତ୍, ଶାଶ୍ବତୀ, ଅନନ୍ତା, ସ୍ଥିର, ସୁରଭୀ, ସର୍ବଂସହା, ଭୂମି, ଜଗତ୍, ଜଗତୀ, ସୁରଭୀ

ପିତା  :-  ଜନକ, ବପ୍ତା, ତାତ, ବପ୍ତା, ଜନ୍ମଦାତା, ପ୍ରସବିତ, ପ୍ରସବୀ

ଫୁଲ  :-  ପୁଷ୍ପ, କୁସୁମ, ସୁମନ, ପ୍ରସୂନ, ସୁମ

ବଣ  :-  ବନ, କାନନ, ବିପିନ, ଗହନ, ଅରଣ୍ୟ, ଅଟବୀ

ବାଟ  :-  ପଥ, ପନ୍ଥା, ସରଣୀ, ମାର୍ଗ, ଅୟନ

ବିଜୁଳି  :-  ଚପଳା, ଚଞ୍ଚଳା, ତଡିତ୍, କ୍ଷଣପ୍ରଭା, ସୌଦାମିନୀ, ଐରାବତ, ଶମ୍ପା, ବିଦ୍ୟୁତ୍

ବିଷ  :-  ଗରଳ, କାଳକୂଟ, ହଳାହଳ, ଜାଂଗୁଳ

ମଣିଷ  :-  ନର, ମନୁଷ୍ୟ, ମାନବ, ମନୁଜ, ମର୍ତ୍ତ୍ୟ

ମୟୂର  :-  ହରି, କେକୀ, ଶିଖୀ, ବର୍ହି, ଶିଖଣ୍ଡୀ, ଶିଖାବଳ, ଶିତିକଣ୍ଠ, ବର୍ଷାମଦ, ଶ୍ୟାମକଣ୍ଠ, ନୀଳକଣ୍ଠ, ଭୁଜଙ୍ଗଭୁକ୍

ମାତା  :-  ଜନନୀ, ପ୍ରସୂ, ଅମ୍ବା, ପ୍ରସୂତି, ଜନୟିତ୍ରୀ

ମୁଖ  :-  ବଦନ, ଆନନ, ଲପନ, ତୁଣ୍ଡ, ଆସ୍ୟ, ସଂହନନ

ମିଛ  :-  ମିଥ୍ୟା, ମୃଷା,  ଅନୃତ

ମିତ୍ର  :-  ସଖା, ସୁହୃଦ, ବନ୍ଧୁ

ମେଘ  :- ବାରିଦ, ଅମ୍ବୁଦ, ନୀରଦ, ଜୀମୂତ, ଅଭ୍ର, ପୟୋଦ, ନୀରଧର, ପୟୋଧର, ଘନ, ଜଳଦ, ଜଳଧର, ଧାରାଧର, ବଳାହକ, ଜୀବନଦ, ବାରିବାହ, ମୁଦିର, କାଦମ୍ବିନୀ

ଯମ :-  ଶମନ, ଅନ୍ତକ, କାଳ, ଧର୍ମରାଜ, ଦଣ୍ଡଧର

ରାତ୍ରି  :-  ରଜନୀ, ନିଶା, ରାତ୍ରୀ, ବିଭାବରୀ, କ୍ଷପା, କ୍ଷଣଦା, ଶର୍ବରୀ, ନିରାତପା, ତ୍ରିଯାମା, ନିଶୀଥିନୀ

ଲତା  :-  ଲତିକା, ବଲ୍ଲୀ, ବଲ୍ଲି, ବଲ୍ଲରୀ, ବ୍ରତତୀ

ଶର  :-  ତୀର, ବାଣ, ନାରାଚ, ମାର୍ଗଣ, ସାୟକ, ଆଶୁଗ, ଇଷୁ

ଶରୀର  :-  କାୟା, କାୟ, କଳେବର, ତନୁ, ବପୁ, ଦେହ, ଅଙ୍ଗ, ବିଗ୍ରହ

ଶବ୍ଦ  :-  ଧ୍ବନି, ସ୍ବନ, ରବ, ନିନାଦ, ନାଦ, ନିଃସ୍ବନ, ଆରାବ, ସଂରାବ

ସତ  :-  ସତ୍ୟ, ଋତ

ସନ୍ଧ୍ୟା  :-  ସାୟଂ, ପ୍ରଦୋଷ, ଉଷସୀ, ସାୟଂକାଳ, ନିଶାମୁଖ

ସମୁଦ୍ର  :-  ବାରିଧି, ଜଳଧି, ସିନ୍ଧୁ, ପାରାବାର, ରତ୍ନାକର, ସାଗର, ଅବଧି, ହିରଣ୍ୟଦ, ପୟୋନିଧି, ପୟୋଧି, ଜଳନିଧି, ଅକୂପାର, ଉଦଧି, ନୀରଧି, ନଦୀନ

ସାପ  :-  ସର୍ପ, ଫଣୀ, ଭୋଗୀ, ହରି, ବ୍ୟାଳ, ଆଶୀବିଷ, ଅହି, ଚକ୍ଷୁଃଶ୍ରବ, ଉରଗ, ଉରଙ୍ଗ, ଉରଙ୍ଗମ, ଭୁଜଗ, ଭୁଜଙ୍ଗ, ଭୁଜଙ୍ଗମ, ବିଷଧର, କୁଣ୍ଡଳୀ, ପବନାଶନ,ସରୀସୃପ

ସିଂହ  :-  ପଞ୍ଚଶିଖ, ହରି, ପଞ୍ଚାସ୍ୟ, ପଶୁରାଜ, ହର୍ଯ୍ୟକ୍ଷ, କେଶରୀ, ମୃଗେନ୍ଦ୍ର, ମୄଗାରୀ, ମୃଗରାଜ, ଦ୍ବିରଦାନ୍ତକ

ସୂର୍ଯ୍ୟ  :-  ତପନ, ଦିନକର, ବିବସ୍ବାନ, ଲିଭାବସୁ, ନରୀଚିମାଳୀ, କରମାଳୀ, ହେମମାଳୀ, ଦିନମଣି, ଦିନେଶ, ଦିନବନ୍ଧୁ, ଦିନନାଥ, ଦିବାକର, ମିହିର, ଭାସ୍କର, ରୁଦ୍ର, ପ୍ରଭାକର, ବିଭାକର, କଳିନ୍ଦ, ସୂର, ଅରୁଣ, ଅର୍କ, ଆଦିତ୍ୟ, ରବି, ସବିତା, ଭାନୁ, ଅର୍ଯ୍ୟମା, ଚଣ୍ଡରଶ୍ମି, ଚିତ୍ରଭାନୁ, ଚିତ୍ରରଥ, ପଦ୍ମକର, ପଦ୍ମବନ୍ଧୁ, ଛାୟାକାନ୍ତ, ଗ୍ରହପତି, ପୂଷା, ସହସ୍ରାଂଶୁ

ସ୍ବର୍ଗ  :-  ନାକ, ତ୍ରିଦିବ, ତ୍ରିଦଶାଳୟ, ସୁରଲୋକ, ସ୍ବର, ଦବ୍, ତ୍ରିପିଷ୍ଟପ, ଦ୍ୟୌ

ସ୍ବାମୀ  :-  ପତି, ଧବ, ନାଥ, ବଲ୍ଲଭ, ଈଶ, ବର, ଭର୍ତ୍ତା

ସ୍ତ୍ରୀ  :-  ନାରୀ, ଅବଳା, ବଧୂ , ଯୋଷା, ବାମା, ବନିତା, ମହିଳା

ହଂସ  :-  ମରାଳ, କାଦମ୍ବ, କଳହଂସ, କାରଣ୍ଡବ, କୁଶେଶୟ, ଶ୍ବେତପତ୍ର, ବରଟ

ହରିଣ  :-  କୁରଗ, କୁରଙ୍ଗ, କୁରଙ୍ଗମ, ଏଣ, ଏଣୀ, ମୃଗ

ହାତୀ  :-  ଗଜ, ଦନ୍ତୀ, ଶତ୍ରି, ଦ୍ବିପ, ମାତଙ୍ଗ, ସିନ୍ଦୂର, କରୀ, ପୁଷ୍କରୀ, ବାରଣ, ଦ୍ବିରଦ, ଇଭ, ଗଣ୍ଡୀ, ପଦ୍ମୀ, ନାଗ, ମତ୍ତଗଜ, ଦନ୍ତୀ, ଦନ୍ତାବଳ

ହିମାଳୟ  :-  ନଗେଶ, ନଗାଧିପତି, ନଗାଧିପ, ନଗରାଜ, ନଗେନ୍ଦ୍ର, ନଗାଧିରାଜ, ନଗପତି, ହିମାଦ୍ରୀ, ହିମଗିରି

Leave a Comment